ହାତୀ ବାହାନାରେ ଟାଟା କଂପାନୀ ର ବଦମାସି, ସଞ୍ଜ ନଇଁଲେ ୮୬ଟି ଆଦିବାସୀ ଗାଆଁ ରେ ବିଜୁଳି କାଟ୍

ତେଲକୋଇ ବ୍ଲକ ର ୮୬ ଟି ଗାଁର ଲୋକମାନଙ୍କ ସହ ସାବତ ପୁଅ ପରି ବ୍ୟବହାର କରୁଛି ଟାଟା ପାଓ୍ବାର ବିଦ୍ଯୁତ ବିତରଣ କମ୍ପାନୀ | ସନ୍ଧ୍ୟା ନଇଁଲେ ବିଦୂତ କାଟ କରିଦେଉଛି | ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ | ଅନ୍ଧକାର ମୟ ହେଉଯାଉଛି ୧୩ ପଞ୍ଚାୟତ ର ୮୬ ରୁ ଉର୍ଦ୍ଧ୍ବ ଗାଁ । ସରକାରର ବିକାଶ କଥା କହୁଥିବା ବେଳେ ଦୀର୍ଘ ଦିନ ହେବ ଅନ୍ଧାର ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଖୁଣ୍ଟାପଡା, ଦେଉଳଡ଼ିହା, କରଦାଙ୍ଗୀ, ଭୀମକାଣ୍ଡ, ସିରିଗିଡ଼ା, ଆକୁଳ, ପଡାଙ୍ଗ, କରମଙ୍ଗୀ,ପୁରୁଯୋଡା,କାଳିଆହାତା, ବଳଭଦ୍ରପୁର, ରାଇସୁଆଁ ଓ ବିମଳା ପଞ୍ଚାୟତ ବାସୀ ।ଏଭଳି ଘଟଣା ଦେଖିବାକୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ।କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଦିବାସୀ ଅଧ୍ୟୁଷିତ ୨୨ ଟି ପଞ୍ଚାୟତ ରହିଛି ।ସେହିପରି ତେଲକୋଇ, ଓରିଆ, ଦୋବଲାପାଳ,ସଲେଇକେନା, ଛାମୁଣ୍ଡା, ଜଗମୋହନପୁର, ବିଞ୍ଜବାହଳ, ଗୋଡ଼ା ଓ ତାଳପଦା ପଞ୍ଚାୟତରେ ମଧ୍ୟ ରାତି ୯ଟାରୁ ବିଦ୍ୟୁତ କାଟ କରାଯାଉଛି।

ସନ୍ଧ୍ୟା ୫ ଟା ବାଜିବା ମାତ୍ରେ କମ୍ପାନୀ ର ଧର୍ନୁଜୟପୁର ୩୩ କେଭି ସବଷ୍ଟେସନରୁ ୧୩ ପଞ୍ଚାୟତ ର ୮୬ ଗାଁ କୁ ବିନା କୌଣସି ସୂଚନା ରେ ଦୈନିକ ବିଦ୍ଯୁତ କାଟ କରାଯାଉଛି । ଦିନବେଳା ଗ୍ରାମାଞ୍ଚଳ ଲୋକଙ୍କ ବିଦ୍ୟୁତ ର ବିଶେଷ ଆବଶ୍ୟକ ନଥିବା ବେଳେ ରାତ୍ର ସମୟରେ ଗାଁ ଲୋକେ ରୋଷେଇ ବାସ ଠାରୁ ଆରମ୍ଭ କରି ପିଲାଙ୍କ ପାଠ ପଢା ପର୍ଯ୍ୟନ୍ତ କାର୍ଯ୍ୟ କୁ ବିଦ୍ୟୁତ ଆଲୋକ ଦ୍ବାରା ନିର୍ବାହ କରିଥାନ୍ତି । ସଂଧ୍ୟା ସମୟ ରୁ ବିଦ୍ୟୁତ କାଟ ଯୋଗୁଁ ପିଲାମାନଙ୍କ ପାଠ ପଢା ଘରୋଇ କାମ ଆଦିରେ ବହୁ ଅସୁବିଧା ହେଉଛି | ମିଞ୍ଜି ମିଞ୍ଜି ଡିବି ଓ ମହମବତୀ ଆଲୋଅ ଉପରେ ନିର୍ଭର କରୁଛନ୍ତି ଅଞ୍ଚଳବାସୀ |

Related Posts