ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଓଡ଼ିଶାରେ ପ୍ରବେଶ କଲା ଓମିକ୍ରନ | କଟକରେ ଆଜି ଦୁଇ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭୟରେ ରାଜ୍ୟବାସୀ | ଫଳରେ ଏହାରି ମଧ୍ୟରେ ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌।

ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)।

ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪ରେ ଏକାଧିକ ଏକରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଭିଏସ୍‌ଏସ୍‌ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଏପଟେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଓମିକ୍ରନ୍ ପ୍ରବେଶ କରିଛି। ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଜଣେ ନାଇଜେରିଆରୁ ଓ ଅନ୍ୟ ଜଣେ କତାର ଫେରିଥିବା ଜଣାପଡ଼ିଛି। ଉଭୟ ଜିନମ ସିକ୍ୱେନ୍ସିଂ ପରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ଏନେଇ ଆଇଏଲ୍‌ଏସ୍‌ ପକ୍ଷରୁ ସୂଚନା ମିଳିଛି। ନାଇଜେରିଆ ଫେରନ୍ତା ବ୍ୟକ୍ତି କଟକରରୁ ଚିହ୍ଟନ ହୋଇଥିବା ବେଳେ ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ଓମିକ୍ରନ ପଜିଟିଭ୍ ହୋଇଥିବା ଦୁଇ ପୁରୁଷଙ୍କ ମଧ୍ୟରୁ ଜଣଙ୍କର ବୟସ ୪୧ ଆଉ ଜଣଙ୍କର ବୟସ ୪୩ ବୋଲି ସୂଚନା ମିଳିଛି।

Related Posts