ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ୪ ଛାତ୍ର ନିଖୋଜ: ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଇଂଜିନିୟରିଂ କଲେଜରେ ୪ ଛାତ୍ର ନିଖୋଜ | ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ୪ ଜଣ ଛାତ୍ର ଦୀର୍ଘ ଦୁଇଦିନ ଧରି ନିଖୋଜ ଥିବା ଅଭିଯୋଗ ହୋଇଛି | ପରିବାର ଲୋକଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରମାନେ ହେଲେ ବିହାରର ଆଦିତ୍ୟ କୁମାର, ଶେଖର ସିଂ ରାଜପୁତ, ଝାଡଖଣ୍ଡର‌ ବିଶାଲ ପାଣ୍ଡେ ଏବଂ ତ୍ରିନେତ୍ର କୁମାର । ସମସ୍ତ ଛାତ୍ର କଳିଙ୍ଗ ବିହାର କେ ୬ ଏଚାଇଜି ପ୍ଲଟ ନମ୍ବର ୨୦ରେ ଭଡାରେ ରହୁଥିଲେ ।

ନିଖୋଜ ଛାତ୍ରଛାତ୍ରୀ ରହୁଥିବା ଭଡା ଘରର ଜିନିଷପତ୍ର ସବୁ ଏଣେତେଣେ ପଡିଥିବା ବେଳେ, ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ୪ ଜଣଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି | ବର୍ତ୍ତମାନ ସେମାନଙ୍କ ପରୀକ୍ଷା ଥିବାବେଳେ ପରୀକ୍ଷା ନ ଦେଇ କୁଆଡେ ଗଲେ ତାହା ଖୋଜା ପଡିଛି । ସେପଟେ ପୋଲିସ ଟ୍ରାକିଂରୁ ସମସ୍ତ ନିଖୋଜ ଛାତ୍ରଙ୍କ ଲୋକେସନ ସମ୍ବଲପୁରରେ ଜଣାପଡିଛି ।ତେବେ ଛାତ୍ରମାନେ କୋଣସି ଦୁର୍ଘଟଣାର ଶିକାର ହୋଇନାହାନ୍ତି ତ ? ନା ଏହା ପଛରେ କୌଣସି ଅପହରଣକାରୀଙ୍କ ହାତ ଅଛି ? ଅଥବା ଜାଣି ଶୁଣି ଛାତ୍ରମାନେ କୁଆଡେ ଯାଇଛନ୍ତି ? ଏଭଳି ତମାମ୍ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ପୋଲିସ ୨୪ ଘଣ୍ଟା ବିତିଥିଲେ ସୁଦ୍ଧା ସେମାନଙ୍କ କୌଣସି ସୁରାକ ନ ପାଇବା ପରିବାର ଲୋକଙ୍କୁ ହରଡଘଣାରେ ପକାଇଛି ।

Related Posts