ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଡି ସିରିଜ୍: ଉପ-ଅଧିନାୟକ ହେଲେ ଋଷଭ ପନ୍ତ

ଆସନ୍ତାକାଲି ଅର୍ଥାତ (ବୁଧବାର)ଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ | କୋଲକାତାରେ ଖେଳାଯିବ ଏହି ମ୍ୟାଚ | ସୋମବାର ସକାଳେ ସ୍ବତନ୍ତ୍ର ବିମାନ ଜରିଆରେ ଅହମ୍ମଦାବାଦରୁ ଦଳ ସିଧା କୋଲକାତାରେ ପହଞ୍ଚିଥିଲା | ସେପଟେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳର ଉପ ଅଧିନାୟକ ଘୋଷଣା କରିଥିବା ବେଳେ, କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ ହୋଇଛନ୍ତି | କାରଣ ରାହୁଲ ଆହତ ହୋଇଥିବା ନେଇ ତାଙ୍କୁ ଏହି ସିରିଜରୁ ବାଦ ଦିଆଯାଇଛି |

ସୀମିତ ଓଭର ଦଳର ନୂତନ ଉପ ଅଧିନାୟକ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହା ପରେ ସେ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ଏହା ପୂର୍ବରୁ ନିଜ ଭଉଣୀଙ୍କ ବିବାହ କାରଣରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିନଥିଲେ ରାହୁଲ। ଦ୍ଵିତୀୟ ଦିନିକିଆରେ ସେ ଦଳରେ ଯୋଗ ଦେଇଥିଲେ। ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ କରାଯାଇଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହି ପରି ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଆହତଜନିତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉପ ଅଧିନାୟକ/ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଋତୁରାଜ ଗାଏକଓ୍ଵାଡ, ଦୀପକ ହୁଡ୍ଡା, କୁଲଦୀପ ଯାଦବ।

Related Posts