ରାଜ୍ୟରେ ଏବେ ସୁଦ୍ଧା ୯୯ ପ୍ରତିଶତ ଲୋକ ନେଇସାରିଛନ୍ତି ପ୍ରଥମ ଡୋଜ୍ କୋଭିଡ୍ ଟିକା: ପରିବାର କଲ୍ୟାଣ ନିର୍ଦ୍ଦେଶକ

କରୋନା କୁ ମାତ ଦେବା ପାଇଁ ସଂଜୀବନୀ ପାଲଟିଛି କରୋନା ଟୀକା । ଏହାରି ମଧ୍ୟରେ ରାଜ୍ୟରେ ଟୀକାକରଣ ବ୍ୟବସ୍ଥାକୁ ଜୋର୍ ଦାର କରାଯାଇଛି ।

ରାଜ୍ୟରେ ଏବେ ସୁଦ୍ଧା ୯୯ ପ୍ରତିଶତ ଲୋକ ପ୍ରଥମ ଡୋଜ୍ କୋଭିଡ୍ ଟିକା ନେଇ ସାରିଥିବା ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ଲୋକ ଟିକା ନେଇଥିବା ସେ କହିଛନ୍ତି ।

ଏହାଛଡା ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ମଧ୍ୟ ନେଇସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୬କୋଟି ୭୭ ହଜାର ୯୦୭ ଡୋଜ୍ ଟିକାକରଣ ଶେଷ ହୋଇଛି ।

୧୫ ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ମଧ୍ୟ ତ୍ୱରାନିତ୍ୱ କରାଯାଉଛି ଯାହାକୁ ନେଇ କୋଭାକ୍ସିନ୍ ଟିକାର ଅଭାବ ଦେଖାଦେଇପାରେ । ପ୍ରତିଦିନ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟିକାକରଣ କରାଯାଉଛି ଯାହାକୁ ନେଇ ହୁଏତ ଭବିଷ୍ୟତରେ ଟିକାର ଅଭାବ ଦେଖାଦେଇପାରେ ତେଣୁ ଆଗୁଆ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ଟିକା ଯୋଗାଇବା ପାଇଁ ଅପିଲ କରାଯାଇଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Related Posts