ରାଜ୍ୟରେ ବଢୁଛି ନକଲି କାରବାର: ନକଲି ମଶାବତୀ କାରଖାନା ଠାବ

ରାଜ୍ୟରେ ଦିନକୁ ଦିନ ନକଲି କାରବାର ବଢିବାକୁ ଲାଗୁଛି | ନକଲି ସାମଗ୍ରୀର ଉପକରଣ ବଢୁଥିବା ବେଳେ, ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକ | ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ନେଇ ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ବେଳେ, ଏବେ ସାମ୍ନାକୁ ଆସିଛି ଚକିତ କଲା ପରି ଖବର | ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନା ଠାବ କରାଯାଇଛି । ପାରାଦୀପ ପୋଲିସ ଅଚାନକ ଚଢାଉ କରି ଧୂପବତୀ ନାମରେ ଚାଲିଥିଲା ନକଲି କାରବାରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଚଢ଼ାଉ ବେଳେ ବହୁ ସାମଗ୍ରୀ ଜବତ ହୋଇଛି । ଏଥିସହ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି |

ଅନେକ ଦିନ ହେବ ଏଠି ଚାଲିଥିଲା ଏହି ଡୁପ୍ଲିକେଟ୍ କାରବାର । ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶାବତୀ ତିଆରି କରି ଏମାନେ କରୁଥିଲେ ଖୋଲାମେଲା ବ୍ୟବସାୟ । ବେଙ୍ଗାଲୁରୁରୁ କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ମଶାଧୂପ ପ୍ରସ୍ତୁତ କରିବା ମିସିନ, ଜରି ଓ ଅନେକ ଜିନିଷ ଜବତ କରିଛି |

Related Posts