ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ୬ ମାସକୁ ବୃଦ୍ଧି

ବୃଦ୍ଧି ପାଇଲା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରି ଅବଧି | ରାଜ୍ୟ ସରକାର ତାଙ୍କ ଚାକିରୀ ଅବଧିକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି ।

ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ୧୯୮୬ ବ୍ୟାଚ ର ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ତାଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯିବା ଫଳରେ ସେ ଅଗଷ୍ଟ ୩୧ ତାରିଖ ଯାଏ ମୁଖ୍ୟ ସଚିବ ଭାବେ ରହିବେ।

Related Posts