ରାୟଗଡାରେ ଶିକ୍ଷକଙ୍କୁ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆକ୍ରମଣ: ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ

ସତ୍ୟପାଠ 24/12 ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଦୋରାଗୁଡା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ହେଲେ ମୁକୁନ୍ଦ ପ୍ରସାଦ ନାଥଶର୍ମା । ତାଙ୍କ ଘର ଡଙ୍ଗାସିଲ ଗ୍ରାମରେ । ସୂଚନାଯୋଗ୍ୟ ଯେ, ମୁକୁନ୍ଦ ସବୁଦିନ ଭଳି ଶୁକ୍ରବାର ନିଜ ସାଇକେଲରେ ତୁରେଇଘାଟି ବିଦ୍ୟାଳୟ ଯାଇଥିଲେ । ବିଦ୍ୟାଳୟ କାମ ଶେଷ କରି ଘରକୁ ଫେରିବା ବେଳେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ମୁକୁନ୍ଦଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ମୁକୁୁନ୍ଦ ଗୁରୁତର ହୋଇଥିଲେ । କିଛି ସମୟ ମଧ୍ୟରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ କାଶୀପୁର ବ୍ଲକ ଅଞ୍ଚଳର ଶିକ୍ଷକ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ତୁରେଇଘାଟି ଗ୍ରାମ ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ଶବ ଉଦ୍ଧାରେ ସମସ୍ୟା ସୃଷ୍ଟି ହୋଇଛି । ଏହି ଘଟଣା ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତ ଶିକ୍ଷକଙ୍କ ନିଜ ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ଜଣାପଡିଛି ।

Related Posts