ଲିଜ୍ ଟ୍ରସ୍ ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବର୍ତ୍ତମାନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ମଧ୍ୟରେ ଚୂଡାନ୍ତ ଲଢେଇ ହୋଇଥିଲା। ନିର୍ବାଚନରେ ଲିଜ ଟ୍ରସଙ୍କୁ ୮୧,୨୩୬ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ ୬୦,୩୯୯ ଭୋଟ ମିଳିଛି । ଫଳରେ ଲିଜ ଟ୍ରସ ବାଜିମାତ କରିଛନ୍ତି । ଆସନ୍ତା ମଙ୍ଗଳବାର ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସେପଟେ ଏନେଇ ଟ୍ରସଙ୍କ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଟ୍ରସଙ୍କ ନେତୃତ୍ୱରେ ଭାରତ ଏବଂ ବ୍ରିଟେନର ରଣନୈତିକ ସହଭାଗୀତ ଭବିଷ୍ୟତରେ ବୃଦ୍ଧି ପାଇବା ବୋଲି ପିଏମ୍ ମୋଦି ଆଶା ବ୍ୟକ୍ତ କରିଛନ୍ତି।

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଜୀବନୀ ବେଶ ରୋମାଞ୍ଚକର। ଟ୍ରସ ବର୍ତ୍ତମାନ ସମୟରେ ବ୍ରିଟେନର ବିଦେଶ ମନ୍ତ୍ରୀ ଅଛନ୍ତି। ସରକାରୀ ସ୍କୁଲରେ ପାଠ ପଢିଥିବା ଟ୍ରସଙ୍କ ବାପା ଜଣେ ଗଣିତର ପ୍ରଫେସର ଏବଂ ତାଙ୍କ ମାଆ ଜଣେ ନର୍ସ ଥିଲେ। ଲେବର ପାର୍ଟି ସମର୍ଥିତ ପରିବାରରୁ ଆସିଥିବା ଟ୍ରସ ଅକ୍ସଫୋର୍ଟରୁ ଦର୍ଶନ, ରାଜନୀତି ଏବଂ ଅର୍ଥଶାସ୍ତ୍ରରେ ପାଠ ପଢିଛନ୍ତି।

ପଢା ଶେଷ ହେବା ପରେ ସେ କିଛି ସମୟ ଯାଏଁ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମେ କର୍ପୋରେଟର ନିର୍ବାଚିତ ହୋଇ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରିବାର ଲେବର ପାର୍ଟିର ସମର୍ଥକ ଥିଲେ, କିନ୍ତୁ ଟ୍ରସଙ୍କୁ କନଜରଭେଟିଭ ପାର୍ଟିର ବିଚାରଧାରା ପସନ୍ଦ ଆସିଥିଲା। ଟ୍ରସ ଦକ୍ଷିଣପନ୍ଥୀ ବିଚାରଧାରାର ଜଣେ ଦୃଢ ସମର୍ଥକ।

୨୦୧୦ରେ ଟ୍ରସ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିଲେ । ପ୍ରଥମରୁ ସେ ୟୁରୋପିୟନ ୟୁନିୟନରୁ ଭିନ୍ନ ହେବାକୁ ବିରୋଧ କରିଥିଲେ, କିନ୍ତୁ ପରେ ସେ ବ୍ରିକଜିଟ୍ ହିରୋ ଭାବେ ସାମନାକୁ ଆସିଥିବା ଜନସନଙ୍କୁ ସମର୍ଥନ କରିଥିଲେ। ବ୍ରିଟେନର ମିଡିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗେରେଥ ଥେଚରଙ୍କ ସହ ଟ୍ରସଙ୍କୁ ତୁଳନା କରନ୍ତି

Related Posts