ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଆଜି ସନ୍ଧ୍ୟାରେ ଶ୍ରୀନଗର ଉପକଣ୍ଠରେ ଆତଙ୍କବାଦୀ ମାନେ ପୁଲିସ ଭ୍ୟାନ୍ ଉପରକୁ ଆକ୍ରମଣ କରିଛନ୍ତି । ଜେୱାନ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୨ଜଣ ଆହତ ହୋଇଛନ୍ତି।

ଅଧିକ ସୁରକ୍ଷିତ ଇଲାକା କୁହାଯାଉଥିବା ଉକ୍ତ ଅଞ୍ଚଳରେ ଏକାଧିକ ପୁଲିସ କ୍ୟାମ୍ପ ରହିଛି। ଆଜି ସନ୍ଧ୍ୟାରେ ପନ୍ଥ ଚୌକ ଇଲାକାରେ ଏହି ଘଟଣା ଘଟିଛି। ସମସ୍ତ ଆହତ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ଆକ୍ରମଣକାରୀଙ୍କୁ ଟ୍ରାକ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Related Posts