ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପୂର୍ବରୁ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ଝଟକା

ଭାରତୀୟ ଟେଷ୍ଟ ଟିମର ନୂଆ ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ରୋହିତ ଶର୍ମା ଙ୍କୁ ଲାଗିଲା ଝଟକା । ଦକ୍ଷିଣ ଆଫ୍ରିକା ଗସ୍ତକୁ ହାତରେ ଆଉ ଦୁଇ ଦିନ ବାକିଥିବା ବେଳେ ଟେଷ୍ଟ ସିରିଜରୁ ଭାଇସ୍-କ୍ୟାପଟେନ୍ ରୋହିତ ଶର୍ମା ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ତାଙ୍କ ସ୍ଥାନରେ ଯୁବ କ୍ରିକେଟର୍ ପ୍ରିୟାଙ୍କ ପାଞ୍ଚାଲଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରୁ ରୋହିତଙ୍କ ସ୍ଥାନରେ ପ୍ରିୟାଙ୍କଙ୍କୁ ସାମିଲ୍ ନେଇ ବିସିସିଆଇ ସ୍ପଷ୍ଟ କରିଛି।

ଭାରତୀୟ ଟେଷ୍ଟ ଟିମର ନୂଆ ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିବା ରୋହିତଙ୍କ ବାଦ୍ ପଡ଼ିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ରୋହିତଙ୍କର ହାମଷ୍ଟ୍ରିଷ୍ଟ ଇଞ୍ଜୁରୀ ହୋଇଛି। ମୁମ୍ବାଇରେ ଟ୍ରେନିଂ ସେସନରେ ଭାଗ ନେଉଥିବା ବେଳେ ରୋହିତଙ୍କୁ ଏହି ଆଘାତ ଲାଗିଥିଲା। ତାଙ୍କୁ ଅତିକମରେ ତିନି ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିବାକୁ ପଡ଼ିପାରେ। ଏପର୍ଯ୍ୟନ୍ତ ରୋହିତଙ୍କ ଆଘାତ କେତେ ଗୁରୁତର ତାହା ଜଣାପଡ଼ିନାହିଁ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ ନାହିଁ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ। ରୋହିତଙ୍କ ସ୍ଥାନରେ ଭାରତୀୟ ଟିମର ଭାଇସ କ୍ୟାପଟେନ୍ କିଏ ହେବେ, ସେ ନେଇ ବିସିସିଆଇ ସୂଚନା ଦେଇନାହିଁ

Related Posts