ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦରିପାଲ୍ଲୀ ରମୈୟାଙ୍କ ଦାମୀ ଉପହାର

ତେଲେଙ୍ଗାନା ସରକାରଙ୍କୁ ଦାମୀ ଉପହାର ଦେବେ ବୃକ୍ଷପ୍ରେମୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦରିପାଲ୍ଲୀ ରମୈୟା । ନିଜ ଜମିରେ ସେ ସବୁଠାରୁ ମୂଲ୍ୟବାନ ରକ୍ତଚନ୍ଦନ କାଠ ଚାଷ କରିଥିବା ବେଳେ ଏବେ ସେ ସରକାରଙ୍କୁ ରକ୍ତ ଚନ୍ଦନ ଦେବା ନେଇ ଘୋଷଣା କରିଛନ୍ତି । ନିଜ ଜମିରୁ ପ୍ରାୟ ୨୦ ଟନ ରକ୍ତଚନ୍ଦନ କାଠ ହରିଥା ନିଧି ପାଇଁ ରାଜ୍ୟ ସରକାରଙ୍କୁ ଦେବେ ରମୈୟା ।

ସେ ଓ ତାଙ୍କ ପତ୍ନୀ ଜନମଙ୍କ ସହଯୋଗରେ ନିଜ ଜମିରେ ଚାରାରୋପଣ କରୁଛନ୍ତି । ଦୁହେଁ ଗତ ଚାଳିଶ ବର୍ଷ ଧରି କାମାମ ଜିଲ୍ଲାରେ ବୃକ୍ଷରୋପଣ କରୁଛନ୍ତି । ସେ ଆହୁରି ମଧ୍ୟ 20 ବର୍ଷ ପୂର୍ବେ କାମାମର ଗ୍ରାମାଞ୍ଚଳ ମଣ୍ଡଳର ରେଡଡିପାଲ୍ଲିରେ ଥିବା ତାଙ୍କ ସାତ ଏକର ଜମିରେ 50 ରୁ ଅଧିକ ରକ୍ତଚନ୍ଦନ କାଠ ଚାଷ କରିଥିଲେ ।ପୂର୍ବରୁ ମଧ୍ୟ ରମୈୟାଙ୍କ ଜମିରୁ କୋଟି କୋଟି ଟଙ୍କାର ଗଛ ଓ ଚାରା ରାଜ୍ୟରେ ମାଗଣାରେ ବଣ୍ଟନ କରାଯାଇଥିଲା । ଏନେଇ କେନ୍ଦ୍ର ସରକାର ତାଙ୍କୁ ପାଞ୍ଚବର୍ଷ ପୂର୍ବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ତେବେ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ରାଜ୍ୟରେ ବୃକ୍ଷରୋପଣ କରିବେ ବୋଲି ମତ ରଖିଛନ୍ତି । ଏକ ସୁସ୍ଥ ସମାଜ ପାଇଁ ଚାରାରୋପଣକୁ ଏକ ଅଭ୍ୟାସରେ ପରିଣତ କରିବାକୁ ସେ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।

Related Posts