ସରକାରୀ ଜମି ଜବର ଦଖଲ ଚଳିବ ନାହିଁ

ପ୍ରଶାସନର ବାରମ୍ବାର ଅବହେଳା ଏବଂ ଉଦାସୀନତା ମନୋଭାବ ଯୋଗୁଁ ପଲସଦା ଠାରେ ହେବାକୁ ଥିବା ନୂତନ ଗ୍ରାମ ପଞ୍ଚାୟତ କୋଠଗୃହ ହୋଇପାରୁନାହିଁ ।ପ୍ରଶାସନ ଠାରେ ଅନେକ ଥର ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗରେ ଆଜି ପଲସଦା ଗ୍ରାମ ପଞ୍ଚାୟତ ବାସି ଅନିର୍ଦ୍ଧିଷ୍ଟ କାଳ ପାଇଁ ଖଡ଼ିଆଳ ବୋଡ଼େନ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ।ଗତ ତିନି ବର୍ଷ ହେଲା ନୂତନ ଗ୍ରାମ ପଞ୍ଚାୟତ ଘୋଷିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ କିମ୍ବା ନୂତନ ଗ୍ରାମ ପଞ୍ଚାୟତ ଗୃହ ତିଆରି ହୋଇନାହିଁ ।ବର୍ତ୍ତମାନ ଭଡ଼ା ଘରେ ଅଫିସ ଚାଲିଛି ।ସରକାରୀ ଜମି ଖଣ୍ଡକ ମଧ୍ୟ ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ ।ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି ।

 

Related Posts