ସାପ କାମୁଡାରେ ଆହତ ହେଲେ ବଲିଉଡର ସୁପର ଷ୍ଟାର୍ ସଲମାନ ଖାନ୍

ସତ୍ୟପାଠ 26/12 ମୁମ୍ବାଇ: ସାପ କାମୁଡାରେ ଆହତ ବଲିଉଡର ସୁପର ଷ୍ଟାର୍ ସଲମାନ ଖାନ । ତାଙ୍କ ପାନଭେଲ ସ୍ଥିତ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରୁ ଏବେ ଡିସ୍‌ଚାର୍ଜ କରାଯାଇଛି । ଏହା ତାଙ୍କ ଫ୍ୟାନ୍‌ସ ମାନଙ୍କ ପାଇଁ ଏକ ଆରାମଦାୟକ ବିଷୟ । ସେ ରବିବାର ସକାଳ ପ୍ରାୟ ୯ ଟାରେ ନିଜ ଫାର୍ମ ହାଉସକୁ ଫେରିଛନ୍ତି । କୁହାଯାଉଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ବିପଦମୁକ୍ତ ଅଛନ୍ତି । ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି ଏବଂ ଏହି ଅଞ୍ଚଳ ପାହାଡ ଦ୍ୱାରା ଘେରି ରହିଛି, ଏହି କାରଣରୁ ଏହା ଏକ ବିପଦ ହୋଇ ରହିଛି ।

Related Posts