ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଆସିଲେ ସୌରଭ ଗାଙ୍ଗୁଲି: କୋଲକାତାର ବୁଡଲେଣ୍ଡ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ କୋଲକାତାର ବୁଡଲେଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଗାଙ୍ଗୁଲି ।ଏକ ୩ ଜଣିଆ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ।

ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ହେଲେ ଏଥିରେ ଓମିକ୍ରନ ନଥିବା ସ୍ପଷ୍ଟ ହୋଇଥିଲା ।

ତେବେ ୨୦୨୧ ବର୍ଷ ଶେଷ ହେବାକୁ ବସିଥିବା ବେଳେ, ୨୦୨୧ ସୌରଭ ଗାଙ୍ଗୁଲିଙ୍କ ପାଇଁ ଖରାପ ରହି ଆସିଛି । ବର୍ଷ ଆରମ୍ଭରୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିପରି ବର୍ଷ ଶେଷରେ କୋଭିଡ ପଜିଟିଭ ହୋଇ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୦୨୧ରେ ଟିମ ଇଣ୍ଡିଆର ଅଧିନାୟକ ପଦକୁ ନେଇ ମଧ୍ୟ ସେ ବିବାଦରେ ରହିଆସିଥିଲେ ।

Related Posts