ହେଲିକପ୍ଟର ଦୂର୍ଘଟଣା ଘଟଣା: ଲୋକସଭା ଓ ରାଜ୍ୟସଭାରେ ବିବୃତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ

ଗତକାଲି(ବୁଧବାର ) କୁନ୍ନୁର ହେଲିକପ୍ଟର ଦୂର୍ଘଟଣା ଘଟଣା ସମଗ୍ର ଦେଶ ବାସୀଙ୍କୁ ସ୍ତବ୍ଧ କରିଦେଇଛି | ଆଖି ବୁଜିଛନ୍ତି ସେନା ମୁଖ୍ୟ ବିପିନ୍ ରାୱତ୍‌ଙ୍କ ସମେତ ୧୩ ଜଣ | ତେବେ ଗତକାଲିର ଏହି ଦୁଃଖଦ ଘଟଣାକୁ ନେଇ ଆଜି ଲୋକସଭା ଓ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଗତକାଲି ୧୨.୮ ମିନିଟ୍‌ରେ ମିଲିଟାରୀ ହେଲିକପ୍ଟର ସହ ସମ୍ପର୍କ ହରାଇଥିବା ବେଳେ ଏହାର ମାତ୍ର କିଛି ସମୟ ମଧ୍ୟରେ କୁନ୍ନୁର ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହାପରେ ମାତ୍ର କିଛି ମିନିଟ୍ ମଧ୍ୟରେ ସ୍ପଷ୍ଟ ହୋଇଥିଲା ଯେ ମିଲିଟାରୀ ହେଲିକପ୍ଟର ଏମଆଇ ୧୭ ଭି-୫ ଦୂର୍ଘଟଣାଗ୍ରସ୍ତ ହୋଇଛି ।

ଏଥିରେ ସିଡିଏସ୍ ବିପିନ୍ ରାୱତ୍‌ଙ୍କ ସହିତ ତାଙ୍କ ପତ୍ନୀ ମଧୁଲିକା ରାୱତ୍ ଓ ଅନ୍ୟ ୧୨ ଜଣ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ସେନା ମୁଖ୍ୟ ବିପିନ୍ ରାୱତ୍‌ଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି | ସମସ୍ତ ମୃତକଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ ହେବ ବୋଲି ଆଜି ଉଭୟ ଗୃହରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ବିବୃତି ରଖିଛନ୍ତି ।

ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଉଭୟ ଗୃହରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି ।

Related Posts