ଆଜି ହାତକୁ ଦୁଇ ହାତ ହେବେ କଟ୍ରିନା କୈଫ ଓ ଭିକି କୌଶଲ

ସାତ ଜନ୍ମ ପାଇଁ ପରସ୍ପରର ଜୀବନ ସାଥି ହେବା ନେଇ ଆଜି ପ୍ରତିଶୃତି ଦେବେ ବଲିଉଡ ର ଦୁଇ ଲଭବାର୍ଡ | ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା କୈଫ ଓ ଭିକି କୌଶଲ | ଏନେଇ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ ମେହେନ୍ଦୀ ସରିଥିଲା ।

ଗତକାଲି ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । କଟ୍ରିକନାଙ୍କ ମେହେନ୍ଦୀ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସୂଚନାଯୋଗ୍ୟ, ବିବାହ ପାଇଁ ୬ ତାରିଖରୁ ରାଜସ୍ଥାନରେ ଅଛନ୍ତି କଟ୍ରିନା ଓ ଭିକି କୌଶଲ । ଦୁଇ ପରିବାର ସଦସ୍ୟା ଓ ଅତିଥି ବି ପହଞ୍ଚି ସାରିଛନ୍ତି । ବିବାହରେ ୧୨୦ ଜଣ ସାମିଲ ହେଉଛନ୍ତି । ଯେଉଁଥିରେ ଅଛନ୍ତି ପରିବାର ଲୋକ, କିଛି ଫ୍ରେଣ୍ଡସ୍ ଓ ବି-ଟାଉନର ସେଲିବ୍ରିଟି । ହିନ୍ଦୁ ରୀତିନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅପରାହ୍ଣ ସାଢ଼େ ୩ଟାରୁ ୩ଟା ୪୫ ମିନିଟ ଭିତରେ ଦହେଁ ସାତ ଫେରା ନେବେ ବୋଲି ସୂଚନା ମିିଳିଛି ।

Related Posts