ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଓ ଝିଅକୁ କରୋନା

କରୋନା କବଜାରେ ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଓ ଝିଅ । କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଡିମ୍ପଲ ଯାଦବ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଡିମ୍ପଲ କହିଛନ୍ତି କି ଟିକାର ୨ ଟି ଖୋରାକ ନେବା ପରେ ବି ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଡିମ୍ପଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି, “ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି , ମୁଁ ଟିକାର ଉଭୟ ଖୋରାକ ନେଇଛି, ନିଜର ଓ ଅନ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଁ ନିଜ ରୁମରେ ଏକୁଟିଆ ରହୁଛି, ଏବେ ଓ ପୂର୍ବରୁ ମୋ ସହିତ ମିଶିଥିବା ସମସ୍ତ ଲୋକ କୋଭିଡ ଟେଷ୍ଟ କରାଇ ନିଅନ୍ତୁ”

Related Posts