ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା | ୧୦ ଜାନୁଆରୀରେ ସେ ଭାରତ ଗସ୍ତରେ ଆସି ପାରନ୍ତି। ଏହା ହେବେ ତାଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ହେବ। ଏହାପୂର୍ବରୁ, ଦେଓବା ଅକ୍ଟୋବର ୨୦୨୦ରେ COP26 ରେ ଯୋଗଦେବା ପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଥିଲେ ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିଥିଲେ।

ସୂତ୍ରରୁ ପ୍ରକାଶ ଯେ ଶେର ବାହାଦୂର ଦେଓବା ଜାନୁଆରୀ ୧୦ ରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଭାଗ ନେବାକୁ ଭାରତରେ ପହଞ୍ଚିବେ। ୨୦୦୩ ରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା | ତେବେ ତାଙ୍କ ଗସ୍ତ କୁ ନେଇ ନେପାଳ ସରକାରଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ |