ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ ନିକଟରେ ପ୍ରଧାନମନ୍ତ୍ରୀ ମୋଦି: ଜନ୍ମ ବାର୍ଷିକୀରେ କଲେ ଶ୍ରଦ୍ଧାଞ୍ଜଳି ଅର୍ପଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମ ବାର୍ଷିକୀ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମାଧି ସ୍ଥଳ ନିକଟରେ ପହଁଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା , କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ,ନିର୍ମଳା ସୀତା ରମଣ, ପିୟୁଷ ଗୋଏଲ ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ । ଆମେ ଅଟଳି ଜୀ ଙ୍କୁ ମନେ ରଖିଛୁ । ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ।

Related Posts