ଲାହୋର, (ସତ୍ୟପାଠବ୍ୟୁରୋ):  ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ ବଡ ଧରଣର ଆକ୍ରମଣ କରିଛି। ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଫଳରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି। ବିଏଲଏର ନୌସେନା ହମ୍ମାଲ ମ୍ୟାରିଟାଇମ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣ କରିଛି । ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପାକିସ୍ତାନର ଦୁଇଟି ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଥିବା ୧୩ ପାକ୍ କୋଷ୍ଟ୍ ଗାର୍ଡ୍ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ଜାହାଜର ଭୟଙ୍କର କ୍ଷତି ହୋଇଛି। ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୋଚ ଦାବି କରିଛନ୍ତି କି, ଆକ୍ରମଣରେ ପାକିସ୍ତାନ କୋଷ୍ଟଗାର୍ଡର ୨ଟି ଜାହାଜ ଉପରେ ଟାର୍ଗେଟ କରାଯାଇଥିଲା । ଏଥିରେ ୧୩ ଜଣ ଯବାନଙ୍କ ଜୀବନ ଚାଲିଯାଇଛି । ସେମାନେ ୨୦୨୬ ଏପ୍ରିଲ ୧୩ ତାରିଖରେ ନିଜର ନୌସେନା ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେମାନେ ପାକିସ୍ତାନ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗାକୁ ଟାର୍ଗେଟ୍ କରିଥିଲେ। ଏଥିରେ ୩ ପାକ୍ ଯବାନ ନିହତ ହୋଇଥିଲେ। ଏହି ୟୁନିଟ୍ କୋଷ୍ଟାଲ ଅଞ୍ଚଳରେ ସୁରକ୍ଷା ଏବଂ ପାକିସ୍ତାନୀ ସିକ୍ୟୁରିଟି ଫୋର୍ସର ମୁଭମେଣ୍ଟକୁ ରୋକିବା ପାଇଁ କାମ କରିଥାଏ । ବିଏଲଏ କହିଛନ୍ତି କି, ଅପରେସନ ବିଷୟରେ ସମସ୍ତ ସୂଚନା ସୋସିଆଲ ମିଡିଆରେ ସେୟାର କରାଯାଇଛି । ସୂଚନାଯୋଗ୍ୟ, ଗ୍ୱାଦର ବନ୍ଦର ବେଲୁଚିସ୍ତାନର ଦକ୍ଷିଣରେ ରହିଛି । ଏହାକୁ ନେଇ ଅନେକ ଦିନ ଧରି ବିବାଦ ଲାଗି ରହିଛି ।