୨୦୧୬ ମସିହା ହତ୍ୟାକାଣ୍ଡ ଘଟଣାର ଶୁଣାଣି: ବାପା-ପୁଅଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୬ ମସିହା ସେପ୍ଟେମ୍ବର ୬ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚିଗୁଡା ଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ହେଲା ଶୁଣାଣି | ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଦୁଇ ହତ୍ୟାକାରୀ । ଏଡିଜେ ଏହି ରାୟ ପ୍ରକାଶ କରିଛନ୍ତି, ଏଥିସହ ଉଭୟଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମନା କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଗତ ଜୁଏଡ ଏବଂ ତାଙ୍କ ପୁଅ ପବିତ୍ର ଯୁଏଡ ସେହି ଗାଁର ଶ୍ରୀମୁଖ ବାଗକୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ମୃତକଙ୍କ ପୁଅ କୁନା ବାଗକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଶୁକ୍ରବାର ଏଡିଜେ ବନ୍ଦନା କର ସମସ୍ତ ସାକ୍ଷୀ ପକ୍ଷକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି । ଉଭୟ ଦୋଷୀ ଜଗତ ଜୁଏଡ ଏବଂ ପବିତ୍ର ଜୁଏଡକୁ ଧାରା ୩୦୨, ୩୪ ଆଇପିସିରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Related Posts