ଟିଭି ସାକ୍ଷାତକାର ସମୟରେ ଓକିଲଙ୍କୁ ହୃତଘାତ: ଜୀବନ ବଞ୍ଚାଇଲେ ସାମ୍ବାଦିକ

ସତ୍ୟପାଠ 24/12 ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ସାମ୍ବାଦିକ ଓକିଲଙ୍କ ସାକ୍ଷାତକାର ନେଉଛନ୍ତି, ଏତିକିବେ‌ଳେ ହଠାତ୍ ଓକିଲ ଭୂମିରେ ଟଳି ପଡ଼ୁଛନ୍ତି। ସାମ୍ବାଦିକ ଜଣକ ଓକିଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଠିକ ସମୟରେ ସାମ୍ବାଦିକ ଓକିଲଙ୍କ ଚିକିତ୍ସା କରାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ସାମ୍ବାଦିକଙ୍କୁ ବେଶ ପ୍ରଶଂସା କରୁଛନ୍ତି । ବରିଷ୍ଠ ସାମ୍ବାଦିକ ରବିଶ କୁମାର ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସାମ୍ବାଦିକ ଡକ୍ଟର ବିନୟ ଗୁପ୍ତା ଯେଉଁ ଓକିଲଙ୍କ ସାକ୍ଷାତକାର ନେଉଥିଲେ, ସେ ହୃଦଘାତରେ ପୀଡିତ ହୋଇଥିଲେ। ଡକ୍ଟର ଗୁପ୍ତା ନିଜେ ସିପିଆର କୌଶଳ ସହିତ ଓକିଲଙ୍କ ଛାତି ଦବାଇବା ଆରମ୍ଭ କରିଥିଲେ। କିଛି ସମୟ ପରେ ଓକିଲଙ୍କ ଚେତା ଆସିଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଚିକିତ୍ସା ହେବାପରେ ସେ ସୁସ୍ଥ ହୋଇଥିଲେ। ଡକ୍ଟର ଗୁପ୍ତା ଡେଣ୍ଟାଲ ପାଠପଢ଼ିଛନ୍ତି। ସେ ଦିଲ୍ଲୀର ଏସକୋର୍ଟ ହସ୍ପିଟାଲରେ ସିପିଆର ଟେକ୍ନିସିଆନର ମଧ୍ୟ ପରୀକ୍ଷା କରିଛନ୍ତି । ହରିୟାଣାର ସଂସାର କ୍ରାନ୍ତି ଚା‌ନେଲ ସହିତ ଜଡିତ ଥିବା ଡକ୍ଟର ବିନୟ ଗୁପ୍ତା ଜଣେ ଓକିଲଙ୍କ ଜୀବନ ରକ୍ଷା କରିଥିଲେ। ଏଭଳି କାମ ପାଇଁ ସାମ୍ବାଦିକଙ୍କୁ ଭୂରିଭୂରି ପ୍ରଶଂସା କରାଯାଉଛି।

Related Posts