୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ; ବିଜେଡି ପକ୍ଷରୁ ୪ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ସହର କଲେଜ ବାଇପାସ୍‌ଛକ ଠାରେ ଶୁକ୍ରବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଜିଲାର ବିଜେଡି ନେତୃବୃନ୍ଦ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି। କଟକ ଜିଲା ମଙ୍ଗୁଳିଛକଠାରୁ ଢେଙ୍କାନାଳ, ଅନୁଗୋଳ ଜିଲା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ପ୍ରମୁଖ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ମନ୍ଥରତା ଓ ଅହେତୁକ ବିଳମ୍ବ ପ୍ରତିବାଦରେ ଏହି ରାଜପଥ ଅବରୋଧ ହୋଇଛ।

ଏହି ସମୟରେ କଡ଼ା ପୋଲିସ ସୁରକ୍ଷା ବଳୟରେ ରାଜପଥ ଦେଇ ଯାଉଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଗାଡ଼ିକୁ ମଧ୍ୟ ରାଜପଥ ଅବକାରୀମାନେ ଫେରାଇ ଦେଇଥିଲେ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶେଷ ନହେବାରୁ ଜାତୀୟ ରାଜପଥ ଉପରେ ଯାତାୟାତ କଷ୍ଟସାଧ୍ୟ ହୋଇ ପଡ଼ିଛି । ରାସ୍ତା ଖରାପ ଯୋଗୁ ଅନେକ ଥର ଦୁର୍ଘଟଣା ଘଟି ବହୁ ଲୋକ ପ୍ରାଣ ହରାଉଛନ୍ତି । କେବେ କାର୍ଯ୍ୟ ସରିବ ତାର କୌଣସି ସଠିକ୍ ତଥ୍ୟ କାହା ପାଖରେ ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ଢେ଼ଙ୍କାନାଳ କଲେଜ ବାଇପାସ୍ ଛକରେ ପ୍ରତିବାଦ ସ୍ଵରୂପ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଜେଡ଼ି କର୍ମକର୍ତ୍ତାମାନେ ୪ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ।

Related Posts