କେନ୍ଦ୍ରାପଡ଼ା, (ସତ୍ୟପାଠବ୍ୟୁରୋ): ଦୀର୍ଘ ୪ ଦିନ ପରେ ସ୍କୁଲରେ ଫସିଥିବା ଛାତ୍ରଛାତ୍ରୀଙ୍କୁ  ଉଦ୍ଧାର କରାଯାଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ସ୍କୁଲରେ ଫସିଥିଲେ ୨୪୮ ଜଣ ଛାତ୍ରଛାତ୍ରୀ। ଓଡ୍ରାଫ୍ଟ ଟିମ, ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସ୍ଥାନାନ୍ତର କରିଛି। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଆଳି ବ୍ଲକ ମହାଦେଈପାଟଣା ଆବାସିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ମହାଦେଈପାଟଣା ବିଦ୍ୟାଳୟର ଭିତ୍ତିଭୂମି ସବୁ ଠିକ୍ ଅଛି। ସେଠାରେ ସବୁ ପିଲା ସୁରକ୍ଷିତ ରହିପାରିବେ। ଆବଶ୍ୟକ ପଡିଲେ ଅଭିଭାବକ ଚାହିଁଲେ ପିଲାଙ୍କୁ ଘରକୁ ନେଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି l

ବ୍ରାହ୍ମଣୀରେ ଦ୍ବିତୀୟ ବନ୍ୟାରେ ପେଣ୍ଠପାଳ ପଞ୍ଚାୟତ କୁଳସାହି ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଫସି ରହିଥିଲେ। ୨୪୮ ଛାତ୍ରଛାତ୍ରୀ, ସ୍କୁଲ ଷ୍ଟାଫଙ୍କ ସହାୟତାରେ କୁମ୍ଭୀର ଥିବା ଜୁଆରିଆ ବ୍ରାହ୍ମଣୀ ନଦୀରେ ଉଦ୍ଧାର କରିବା ଓଡ୍ରାଫ୍ଟ ଓ ଅଗ୍ନିଶମ ବାହିନୀ ପାଇଁ ଚାଲେଞ୍ଜ ଥିଲା l