୬ ମାସ ଭିତରେ ଦେଶକୁ ଆସିବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ପେଟ୍ରୋଲିୟମ ସାମଗ୍ରୀ ଉତ୍ପାଦନ ହ୍ରାସ କରିବା ଦିଗରେ କେନ୍ଦ୍ର ସରକାର ବିକଳ୍ପ ଵ୍ୟଵସ୍ଥା ପାଇଁ ଚିନ୍ତା କରୁଛନ୍ତି | ତେବେ ଏହାରି ମଧ୍ୟରେ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ ଦେଶକୁ ଆଣିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆସ୍ତନା ୬ ମାସ ଭିତରେ ଦେଶକୁ ଆସିବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ | ଏ ନେଇ ଅଟୋ ମୋବାଇଲ ନିର୍ମାତା କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ।

ଏଭଳି ଇଞ୍ଜିନ ଯୁକ୍ତ ଯାନ ଏବଂ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ ଇଲେକ୍ଟ୍ରି ଭେଇକିଲ ଉତ୍ପାଦନ କରିବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଯାନଗୁଡିକ ବିଏସ-୬ ନିର୍ଗମନ ନିୟମକୁ ମଧ୍ୟ ଅନୁପାଳନ କରିବ । ପେଟ୍ରୋଲିୟମ ସାମଗ୍ରୀ ଉତ୍ପାଦନ ହ୍ରାସ କରିବା ଦିଗରେ ଏହାକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାଦ୍ବାରା ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତକୁ ମଧ୍ୟ ଧୀରେ ଧୀରେ ହ୍ରାସ କରାଯାଇପାରିବ ।

Related Posts