ବିଦେଶରେ ବି ଗୁଣି ଆତଙ୍କ, ୧୦ ନାବାଳକଙ୍କୁ ହତ୍ୟା ପରେ ଗୁପ୍ତାଙ୍ଗ ଓ ଦାନ୍ତ କାଢ଼ି ନେଲେ ଦୁର୍ବୃତ୍ତ

ଟାଞ୍ଜାନିଆରେ ଗତ ଡିସେମ୍ବର ମାସରେ ଘଟିଥିବା ଏକ ଭୟଙ୍କର ଘଟଣା ବାବଦରେ ଏବେ ଖୁଲାସା ହୋଇଛି । 10 ଜଣ ନାବାଳକଙ୍କୁ ହତ୍ୟା ପରେ ସେମାନଙ୍କ ଶରୀରରୁ ଗୁପ୍ତାଙ୍ଗ ଓ ନଖ ଓପାଡ଼ି ନିଆଯାଇଥିଲା । ଏହି କାଣ୍ଡ ପଛରେ କାରଣ ଗୁଣିଗାରେଡ଼ି ବୋଲି ଏବେ ଜଣାପଡ଼ିଛି ।

ଟାଞ୍ଜାନିଆର ଏକ ଜଙ୍ଗଲରେ ଗତ ଡିସେମ୍ବର ମାସରେ ୧୦ ଜଣ ନାବାଳକଙ୍କ ମୃତ ଶରୀର ଓ ଶରୀରର ବିଭିନ୍ନ ଅଙ୍ଗ ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେମାନେ ଅପହରଣ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା, ପିଲାମାନଙ୍କ ଶରୀରରୁ ଗୁପ୍ତାଙ୍ଗ ଓ ଦାନ୍ତ କାଢ଼ି ନିଆଯାଇଥିଲା । ପିଲାମାନଙ୍କର ବୟସ ପାଖାପାଖି ୭ ବର୍ଷ ଥିଲା । ଏହି ପିଲାମାନଙ୍କର ଅଭିଭାବକମାନେ ପିଲାମାନେ ନିରୁର୍ଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ ।

ଟାଞ୍ଜାନିଆରେ ବାସ କରୁଥିବା ସୂରଜମୁଖୀ ମଣିଷ ନିୟମିତ ଭାବେ ପିଲାମାନଙ୍କର ହାଡ଼ ଓ ଶରୀରର ବିଭିନ୍ନ ଅଙ୍ଗ ପାଇବା ଲାଗି ସେମାନଙ୍କୁ ହତ୍ୟା କରନ୍ତି । ତେବେ ଏହି ପିଲାମାନଙ୍କର ହତ୍ୟା ସହ ଏହାର କିଛି ସମ୍ପର୍କ ନାହିଁ ବୋଲି କୁହାଯାଇଛି । କେବଳ ଗୁଣି ଗାରେଡି ଲାଗି ଏହି ୧୦ ନାବାଳକଙ୍କର ଗୁପ୍ତାଙ୍ଗ ଛେଦନ ଓ ଦାନ୍ତ କାଢି ନିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଟାଞ୍ଜାନିଆ ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଫୈଷ୍ଟିନ୍‌ ଏନ୍‌ ଗଜୁଲିଏ କହିଛନ୍ତି ।

Related Posts