ଗଣମାଧ୍ୟମ କର୍ମଚାରୀଙ୍କୁ ହାଣିଦେଲେ

ବଲାଙ୍ଗୀର ସହରର ମହାଲକ୍ଷ୍ମୀ ନଗର ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ କାଣ୍ଡ ଭିଆଇଛନ୍ତି କେତେକ ଦୁର୍ବୃତ୍ତ । ଲୁଟ୍‌ ପାଇଁ ଜଣେ ଯୁବକଙ୍କୁ କରିଛନ୍ତି ସଂଘବଦ୍ଧ ଆକ୍ରମଣ । ଯୁବକଙ୍କୁ ଅତି ବୀଭତ୍ସଭାବେ ବିଭିନ୍ନ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିକାର ହୋଇଥିବା ଯୁବକଙ୍କ ନାଁ ପ୍ରତାପ ମହାପାତ୍ର, ସେ ଏକ ଗଣମାଧ୍ୟମରେ କାମ କରୁଥିଲେ ।

ସୋମବାର ବିଳମ୍ବିତ ରାତିରେ ପ୍ରତାପ ସୋନପୁରରୁ ଫେରି ବଲାଙ୍ଗୀରରେ ଓହ୍ଲାଇ ନିଜ ଅଫିସକୁ ଯାଉଥିଲେ । ଅଫିସ୍‌ରେ କର୍ମଚାରୀମାନେ ମଧ୍ୟ ତାଙ୍କୁ ଅପେକ୍ଷା କରିଥିଲେ । ତେବେ ରାତି ୧ଟା ବେଳେ ମହାଲକ୍ଷ୍ମୀ ନଗରଠାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଫିସ୍‌ର ଅନ୍ୟ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଲୁଟ୍‌ ପାଇଁ ପ୍ରତାପଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ପ୍ରତାପଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related Posts