
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର:୨ ପ୍ରବାସୀ ଓଡ଼ିଆଙ୍କ ସହ ୧୧ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ । ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ମିଳିଛି ପଦ୍ମଶ୍ରୀ ସମ୍ମାନ । ସେହିପରି ବିଶିଷ୍ଟ ସାହିତ୍ୟିକ ବୀଣାପାଣି ମହାନ୍ତି, ଘୋଡ଼ାନାଚ ଲୋକ କଳାକାର ଉତ୍ସବଚରଣ ଦାସ, ସାନ୍ତାଳୀ ଭାଷା ସାହିତ୍ୟିକ ଦମୟନ୍ତୀ ବେଶ୍ରା, ଗୀତିକାର ମିତ୍ରଭାନୁ ଗୌନ୍ତିଆ, ବଟକୃଷ୍ଣ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଜୈବିକ କୃଷି ଏବଂ ବୃକ୍ଷ ସଂରକ୍ଷଣ ପାଇଁ ବାପାଝିଅ ପ୍ରଫେସର ରାଧା ମୋହନ ଓ ସାବରମତିଙ୍କୁ ମିଳିଛି ପଦ୍ମଶ୍ରୀ । ସେହିପରି ୨ ପ୍ରବାସୀ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା ଏବଂ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ବି ପାଇଛନ୍ତି ପଦ୍ମ ପୁରସ୍କାର । ଔଷଧ କ୍ଷେତ୍ର ପାଇଁ କାମ କରୁଥିବା ଦିଗମ୍ବର ଚଣ୍ଡୀଗଡ଼ରେ ରହୁଥିବାବେଳେ ଆମେରିକାରେ ରହୁଥିବା ପ୍ରଶାନ୍ତ ଭାଷା ଓ ଶିକ୍ଷା ପାଇଁ କାମ କରୁଛନ୍ତି ।