ଭୁବନେଶ୍ୱର ଛାତ୍ର ୟାସ୍ ମିଶ୍ର ପାଇଲେ ରାଷ୍ଟ୍ରୀୟ ବାଲ୍ ବିକାଶ ପୁରସ୍କାର

ସତ୍ୟପାଠ(ଭୁବନେଶ୍ୱର):- ଭୁବନେଶ୍ୱରର ଛାତ୍ର ୟାସ୍ ମିଶ୍ର ନିଜର ଅନନ୍ୟ ପ୍ରତିଭା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରସ୍କାର ପାଇଛନ୍ତି ।ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ସହ ଏକ ଟାବଲଏଟ ଏବଂ ମାନପତ୍ର ଗ୍ରହଣ କରିଛନ୍ତି । ଓପିଟିସିଏଲ ର ଆସିଷ୍ଟାଣ୍ଡ ଜେନେରାଲ୍ ମ୍ୟାନେଜର କମଳାକାନ୍ତ ମିଶ୍ର ଏବଂ ସଂଘମିତ୍ରା ମିଶ୍ରଙ୍କ ଏକମାତ୍ର ପୁତ୍ର ୟାସଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଜାତୀୟ ଓ ଅନ୍ତର୍ଜାତୀୟ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତୀଯୋଗିତାରେ ସଫଳତାର ସହ କୃତିତ୍ବ ଅର୍ଜନ କରି ଆସିଥିବା ୟାସ୍ ନିକଟରେ ସିଙ୍ଗାପୁର ସ୍ଥିତ ଏସିଆନ ମ୍ୟାଥମାଟିକ୍ସ ଅଲମ୍ପିଆଡରେ ମଧ୍ୟ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ । ଗତ ବୁଧବାର ଏକ ସ୍ବତନ୍ତ୍ର ଉତ୍ସବରେ ୟାସଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନୀତ କରିଥିଲେ ।

Related Posts