ଗ୍ରାମବାସୀଙ୍କ ଆକ୍ରମଣରେ ୨ ମାଓବାଦୀ ନିହତ

ସତ୍ୟପାଠ ବ୍ୟୁରୋ (କୋରାପୁଟ):-ଏକ ଅସ୍ବାଭାବିକ ଘଟଣାକ୍ରମରେ ମାଲକାନଗିରି ଜିଲ୍ଲାର ପେପରମେଟଲା ପୋଲିସ ଷ୍ଟେସନ ଅଧିନସ୍ଥ ଜନ୍ତୁରାଇ ଗ୍ରାମବାସୀଙ୍କ ଆକ୍ରମଣରେ ଦୁଇଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ ଗତକାଲି ରାତିରେ ଦୁଇଜଣ ମାଓବାଦୀ ଏକ ମୋଟର ସାଇକେଲ ଯୋଗେ ଆସି ସ୍ଥାନୀୟ ଅଞ୍ଚଳରେ ରାସ୍ତାକାମକୁ ବିରୋଧ କରିଥିଲେ । ଗଣତନ୍ତ୍ର ଦିବସ ପାଳନ ନକରିବାକୁ ଧମକ ଦେବା ସହ ଫାଙ୍କା ଗୁଳିଚାଳନା କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଆତ୍ମରକ୍ଷା କରିବାକୁ ଯାଇ ପଥର ପକେଇ ଦୁଇଜଣଙ୍କୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts