୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏହି ବୈଠକରେ ୨୧୭୧.୮୨ କୋଟି ଟଙ୍କାର ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ । ଏହି ବୈଠକରେ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକତା ଅନୁସାରେ ଜମି ଓ ଜଳ ଯୋଗାଇବା ନିମନ୍ତେ ବୈଜ୍ଞାନିକସମ୍ମତ ଆକଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ସିମେଣ୍ଟ ଗ୍ରାଇଣ୍ଡିଂ, ଇଥନଲ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ରହିଛି।

ଯାଜପୁରରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରାଇଣ୍ଡିଂ ସ୍ଥାପନ କରିବା ପାଇଁ ମାଇ ହୋମ୍ ଇଣ୍ଡଷ୍ଟ୍ରି ୬୫୦କୋଟି ଟଙ୍କା ବିନିଯୋଗ କରିବ ଓ ପ୍ରାୟ ୭୫୦ଜଣଙ୍କୁ ନିଯୁକ୍ତି ଦେବ। ସେହିପରି ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ । ସେହିପରି ରାମକୋ ସିମେଣ୍ଟ ମଧ୍ୟ ଯାଜପୁର ହରିଦାସପୁରରେ ଥିବା ନିଜର ପ୍ଲାଣ୍ଟର ସମ୍ପ୍ରସାରଣ କରିବ। ଏଥିପାଇଁ ୧୯୦କୋଟି ଟଙ୍କା ବିନିଯୋଗ କରିବ ଓ ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୩ଟି କମ୍ପାନୀ ତାରକା ହୋଟେଲ ଖୋଲିବା ପାଇଁ ଦେଇଥିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଲକ୍ସରିଓ ଆସେଟ୍ ପ୍ରାଃ ଲିଃ ୧୮୧.୬୦ କୋଟି ଟଙ୍କାର ନିବେଶକ ହେବାକୁ ଥିବାବେଳେ ଏଥିରେ ୨୨୪ ଜଣ ନିଯୁକ୍ତି ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ ।

ସେହିପରି ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ଅନ୍ୟ ପକ୍ଷରେ ଲାଲଚାନ୍ଦ ରିସୋର୍ଟ ଖୋର୍ଦ୍ଧା ଜିଲ୍ଲାରେ ୧୧୯.୬୭କୋଟି ଟଙ୍କାରେ ହୋଟେଲ ଓ ବିଳାସମୟ ରିସୋର୍ଟ କରିବ ଏଥିରେ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Related Posts