ରାଜ୍ୟରେ ୧,୦୫୮ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୧୦ଲକ୍ଷ ମୁହାଁ , ୨୪ ଘଣ୍ଟାରେ ୬୪ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୫୮ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୧୬ ଜଣ ସଙ୍ଗରୋଧରୁ ଥିବା ବେଳେ ୪୪୨ଟି ଲୋକାଲ୍ କେସ୍‌ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ ଜଣକୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ  

୬୪ ଜଣ ଆକ୍ରାନ୍ତ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି। 

ତେବେ ଚିହ୍ନଟ ହୋଇଥିବା  ୧,୦୫୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬ ଜଣ , କଟକରୁ ୧୬୨, ଅନୁଗୋଳରୁ ୩୨, ବାଲେଶ୍ୱରରୁ ୩୮, ବରଗଡ଼ରୁ ୧୧, ଭଦ୍ରକରୁ ୩୨, ବଲାଙ୍ଗିରରୁ ୨, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟ୍‌ ପୁଲ୍‌ରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗଜପତି ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୧,୦୫୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୭ ହଜାର ୧୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୪୨୮ ଜଣ ଚିକିତ୍ସାଧୀନ ଅଛନ୍ତି। 

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୬୪ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ , କଟକରୁ ୧୨, ନୟାଗଡ଼ରୁ ୧୩, ସମ୍ବଲପୁରରୁ ୫, ପୁରୀରୁ ୨, ସୁବର୍ଣ୍ଣପୁରରୁ ୪ ଏବଂ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୮୫ରେ ପହଞ୍ଚି ଥିବା ବେଳେ ସାରା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି।

ବାଲେଶ୍ୱର ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୩୨୨, ବଲାଙ୍ଗିରରେ ୧୨୧, ବୌଦ୍ଧରେ ୧୦୭, କଟକରେ ୫୧୨, ଦେବଗଡ଼ରେ ୪୭, ଢେଙ୍କାନାଳରେ ୧୪୧, ଗଜପତିରେ ୮୩, ଯାଜପୁରରେ ୯୬, କନ୍ଧମାଳରେ ୮୨, କେନ୍ଦ୍ରାପଡ଼ାରେ ୧୬୮, ମୟୂରଭଞ୍ଜରେ ୨୩୭, ନୟାଗଡ଼ରେ ୧୮୯, ପୁରୀରେ ୪୧୧, ସମ୍ବଲପୁରରେ ୨୧୭, ସୁବର୍ଣ୍ଣପୁରରେ ୫୫ ଓ ସୁନ୍ଦରଗଡ଼ରେ ୫୬୮ରେ ପହଞ୍ଚିଛି।  

Related Posts