ସତ୍ୟପାଠ ବ୍ୟୁରୋ : ରାଜସ୍ଥାନ ବାଡ଼ମେରରେ ‘ରାମକଥା’ ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି।
Rajasthan: At least 10 dead and around 24 injured after a 'pandaal' collapsed in Barmer. Injured persons admitted to a hospital. More details awaited. pic.twitter.com/fbXEtyZ4C7
— ANI (@ANI) June 23, 2019
ମଞ୍ଚ ଭାଙ୍ଗି ପଡ଼ିବା ପରେ ବିଦ୍ୟୁତ୍ ଆଘାତରେ ମଧ୍ୟ କେତେଜଣ ମୃତାହତ ହୋଇଥିବା କୁହାଯାଉଛି। ଗାଁର ସ୍କୁଲ ପରିସରରେ ‘ରାମକଥା’ ଉତ୍ସବ ଆୟୋଜିତ ହୋଇଥିଲା। ଏଥିପାଇଁ ୨୦୦ ଫୁଟ ଲମ୍ବା ଲୁହା ପେଣ୍ଡାଲର ବ୍ୟବସ୍ଥା କରାଯାଇଥିଲା ଓ ପ୍ରାୟ ଏକ ହଜାର ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ଥିଲେ।
स्थानीय प्रशासन द्वारा राहत एवं बचाव का कार्य किया जा रहा है।
सम्बंधित अधिकारियों को हादसे की जांच करने, घायलों का शीघ्र उपचार सुनिश्चित करने तथा प्रभावितों एवं उनके परिजनों को हरसंभव सहायता उपलब्ध कराने के निर्देश दिए हैं। #Barmer #Rajasthan— Ashok Gehlot (@ashokgehlot51) June 23, 2019
ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି, ମଞ୍ଚରେ ଅଧିକାଂଶ ବୟସ୍କ ମହିଳା ଏବଂ ପୁରୁଷ ରାମକଥା ଶୁଣୁଥିଲେ। ୨୪ ଜଣ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେଥିମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।