ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କରୋନାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା କାଲି ଠାରୁ ପଶ୍ଚିମବଙ୍ଗରୁ ଓଡିଶା ଫେରୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ସେଠାରେ କରୋନା ଉଗ୍ର ରୂପ ନେଉଥିବାରୁ ସରକାର ଏହି ପଦେକ୍ଷପ ନେଇଛନ୍ତି । ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ଆସନ୍ତା କାଲି ଠାରୁ ରାସ୍ତାରେ ଚେକିଂ କଡାକଡି କରିବାକୁ ବାଲେଶ୍ୱର , ମୟୁରଭଂଜ ଏସପିଙ୍କୁ ନିର୍ଦେଶ ଦିଆଯାଇଛି । ବେଙ୍ଗଲରେ ଟ୍ରିପଲ ମ୍ୟୁଟାଣ୍ଟା ଭାଇରସ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଏହିଭଳ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗରୁ ବିମାନ ଯୋଗେ ଭୁବନେଶ୍ୱର ଓ ଝାରସୁଗୁଡା ଅସୁଥିବା ଯାତ୍ରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ତେବେ ଯଦି ୪୮ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଥିଲେ ହୋମ କ୍ୱାରେଣ୍ଟାଇନରେ ରହିପାରିବେ । ଏହା ବ୍ୟତିତ ୨ ଡୋଜ ଡିକା ନେଇଥିଲେ ଘରୋଇ ସଙ୍ଗରୋଧରେ ରହିବାକୁ ପଡିବ ବୋଲି ମୁଖ୍ୟଶାସନ ସଚିବ ଘୋଷଣା କରିଛନ୍ତି । ଯେଉଁମାନେ ପଶ୍ଚିମବଙ୍ଗରୁ ଓଡିଶା ଅସୁଛନ୍ତି ସେମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନରେ ରଖାଯିବ । ରାଜ୍ୟର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Related Posts