” ଯଦି ତୁମ ମୁହଁକୁ ଲଜ୍ଜ୍ୟା ନାହିଁ , ତେବେ ଆମେ ଏଭଳି ଘୃଣ୍ୟ ସମାଜରେ ରହୁଥିବାରୁ ଲଜ୍ଜିତ’: ବମ୍ବେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କରୋନା ମୁକାବିଲାକୁ ନେଇ ମହାରଷ୍ଟ୍ର ସରକାରଙ୍କୁ କଟୁ ଭାଷାରେ ସମାଲୋଚନା କରିଛନ୍ତି ମୁମ୍ବାଇ ହାଇକୋର୍ଟ । କରୋନା ପରିଚାଳନାକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଅଜି ମୁମ୍ବାଇ ହାଇକୋର୍ଟ ଏହି ଭଳି ଶବ୍ଦ କହିଛନ୍ତି । କୋର୍ଟ କହିଛନ୍ତି , ” ଯଦି ତୁମ ମୁହଁକୁ ଲଜ୍ଜ୍ୟା ନାହିଁ , ତେବେ ଆମେ ଏଭଳି ଘୃଣ୍ୟ ସମାଜରେ ରହୁଥିବାରୁ ଲଜ୍ଜିତ । ଦୁର୍ଭାଗ୍ୟଜନକ ଆମେ ରୋଗୀ ମାନଙ୍କ ପାଇଁ କିଛି କରିପାରିବୁ ନାହିଁ ’ । ନାଗପୁରର ଏକ କୋଭିଡ ହସ୍ପିଟାଲକୁ ମହାରଷ୍ଟ୍ର ସରକାର ୧୦,୦୦୦ ରେମେଡିସିଭର ଯୋଗାଇ ନପାରିବାରୁ କୋର୍ଟ ଆଜି ଏହି ଭଳି କଟୁ ଭାଷାରେ ମହାରଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ସୂଚନାଯୋଗ୍ୟ ମହାରଷ୍ଟ୍ର ହେଉଛି କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବତି ରାଜ୍ୟ । ମହାରଷ୍ଟ୍ରରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୫୦୦ ପାର କରୁଛି । ଏଥିପାଇଁ ରାଜ୍ୟରେ କୋଭିଡ ଗାଇଡଲାଇନକୁ କଡାକଡି କରାଯାଇଛି ।

Related Posts