କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ

ସତ୍ୟପାଠ ମେଟ୍ରୋ ବ୍ୟୁରୋ : ମହାରାଷ୍ଟ୍ରର ଧୂଲେରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ୨୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧିପାଇପାରେ ବୋଲି କୁହାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ବିସ୍ଫୋରଣଜନିତ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛି ।

ଫ୍ୟାକ୍ଟ୍ରିରେ ହୋଇଥିବା ଏହି ବିସ୍ଫୋରଣରେ ସ୍ଥାନୀୟ ଅଂଚଳ ଥରି ଉଠିଥିଲା । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସମେତ ଫ୍ୟାକ୍ଟ୍ରିର ଅଧିକାରୀ ଓ ସ୍ଥାନୀୟ ଲୋକେ ଲାଗିଛନ୍ତି । ଅଘଟଣ ସମୟରେ ପ୍ରାୟ ୪୦ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଏହାସହ ଫ୍ୟାକ୍ଟ୍ରିରୁ ବାହାରୁଥିବା ବିଷାକ୍ତ ଗ୍ୟାସ ଆଖପାଖ ଗ୍ରାମରେ ବ୍ୟାପିବାକୁ ଆରମ୍ଭ କରିଛି । ଯାହାକୁ ନେଇ ବିପଦ ବୃଦ୍ଧି ପାଇଛି ।

Related Posts