ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା

ସତ୍ୟପାଠ ବ୍ୟୁରୋ : ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା | ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବାବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡିଛନ୍ତି | ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏବେ ମୋଦୀ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି । ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରୁଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)କୁ ଆଜି ପ୍ରକାଶ କରାଯାଇଛି | ଆସାମ ବାସିନ୍ଦା ଇଣ୍ଟରନେଟ୍‌ ମାଧ୍ୟମରେ ନିଜ ନାଗରିକତା ସ୍ଥିତି ଜାଣିପାରିବେ। ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ ଦୃଷ୍ଟିରୁ ରାଜ୍ୟବ୍ୟାପି ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଅନେକ ସମ୍ବେଦନଶୀଳ ଅଂଚଳରେ ଆଜି ୧୪୪ ଧାରା ଜାରି କରାଯାଇଛି। କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି। ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟର ମୂଳ ବାସିନ୍ଦାଙ୍କୁ ବେଆଇନ ବାଂଲାଦେଶୀ ନାଗରିକଙ୍କଠାରୁ ସୁରକ୍ଷା ଦେବା ଦିଗରେ ଏନ୍‌ଆର୍‌ସି ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଇଛି। ଗତ ବର୍ଷ ପ୍ରକାଶ ପାଇଥିବା ଏନ୍‌ଆର୍‌ସିର ପ୍ରଥମ ତାଲିକାରେ ୪୧ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଥିଲା।

Related Posts