୧୫୦ କୋଟି ଟ୍ବିଟର ଆକାଉଣ୍ଟ ଡିଲିଟ୍ ହେବ: ଏଲନ ମସ୍କ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ମେମୋରି ସ୍ଥାନ ଶେଷ ହୋଇ ଆସିଲାଣି । ଏଣୁ ସ୍ଥାନ ଖାଲି କରିବାକୁ ପ୍ରାୟ ୧୫୦ କୋଟି ଆକାଉଣ୍ଟ ଡିଲିଟ୍ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନି । ଏ ସଂପର୍କରେ ଆଜି ଟ୍ବିଟରର ସିଇଓ ଏଲନ ମସ୍କ ଆଜି ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏପରି ବହୁତ ଆକାଉଣ୍ଟ ଅଛନ୍ତି ଯେଉଁମାନେ କି ବର୍ଷ ବର୍ଷ ଧରି ଆକାଉଣ୍ଟକୁ ଖୋଲିନାହାନ୍ତି କିମ୍ବା କୌଣସି ଟୁଇଟ୍ କରି ନାହାନ୍ତି ଅଥବା କିଛି ‘ଆକ୍ଟିଭିଟି’ କରିନାହାନ୍ତି । ସହି ଆକାଉଣ୍ଟ ଗୁଡିକୁ ଡିଲିଟ କରାଯିବ ବୋଲି ମସ୍କ କହିଛନ୍ତି ।

ଟ୍ବିଟର ବଟ୍ ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ମସ୍କ ଏପରି ପଦକ୍ଷେପ ନେଉଥିବା କୁହାଯାଉଛି । ତେବେ ଟ୍ବିଟରକୁ କିଣିବା ପୂର୍ବରୁ ବି ସେ ବଟ୍ ଗୁଡ଼ିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଟ୍ବିଟର ବଟ ଗୁଡ଼ିକ ଗୋଟିଏ ଗୋଟିଏ ଆକାଉଣ୍ଟ ହୋଇଥିଲେ ବି ସେଗୁଡ଼ିକୁ କୌଣସି ମଣିଷ ଚଳାନ୍ତି ନାହିଁ, ବରଂ ସେଗୁଡ଼ିକ ଏକ ଛଦ୍ମନାମ ବ୍ୟବହାର କରି ଏକ ଅଟୋମେଟେଟ ଆପ୍ଲିକେସନ ମାଧ୍ୟମରେ ଚାଲିଥାଏ ଏ ନିଜେ ନିଜେ ଟୁଇଟ୍, ରିଟୁଇଟ୍, ଲାଇକ ଆଦି ଟ୍ବିଟର ଆକ୍ଟିଭିଟି କରିଥାଏ ।

ଆଜି ଆଉ ଏକ ଟୁଇଟରେ ମସ୍କ କହିଥିଲେ ଯେ ଡିଏମ ଗୁଡ଼ିକୁ ଏନକ୍ରିପ୍ଟେଟ କରାଯିବା ଉଚିତ୍, ଯଦ୍ବାରା କି ସେଗୁଡ଼ିକୁ ଟ୍ବିଟର କର୍ମଚାରୀ ବି ପଢିପାରିବେ ନାହିଁ ।

Related Posts