ଆଜି  ଖୋଲାଯିବ  ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌  । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍‌ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି  ଡ୍ୟାମ୍‌ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଗତ କାଲି ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିଲା ।  ଗତ କାଲି  ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ।