ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ : ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ

ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯ ୮୬ ବ୍ୟାଚ୍‌ର ଆଇଏଏସ୍ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ରହିଛନ୍ତି।

ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାପରେ ମୁଖ୍ୟ ଶାସନ ସଚିବ ପଦବୀ ଖାଲି ପଡ଼ିଥିଲା।

ଅନ୍ୟପକ୍ଷରେ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ ସୁରେଶଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରଦୀପ୍ତ ମହାପାତ୍ର ହେଲେ କୃଷି ଉତ୍ପାଦନ କମିଶନର। ଆସନ୍ତା ୧୯ତାରିଖରୁ କାର୍ଯ୍ୟକାରୀ ହେବ ନୂଆ ନିଯୁକ୍ତି।

Related Posts