ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପବିତ୍ର ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୮ ଘଟିକା ସମୟରେ କଂଗ୍ରେସ ଭବନ ପରିସରରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ ନେତୃବୃନ୍ଦ ଓ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଆଜି ଆମେ ଯେଉଁ ସ୍ୱାଧିନତା ଲାଭ କରିଛେ ତାହା ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଭୃତି ଜାତୀୟ ନେତା ଓ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ବକ୍ସି ଜଗବନ୍ଧୁ ପ୍ରଭୃତି ଶହ ଶହ ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନ ଯୋଗୁଁ ସମ୍ଭବ ହୋଇପାରିଛି । ଭାରତକୁ ସୁରକ୍ଷା ଦେବାରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ପ୍ରତିରକ୍ଷା କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ତାହା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ ।

କଂଗ୍ରେସ ସରକାର ସମୟରେ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ଆଜି ସେ ସବୁର ବିକାଶ ପାଇଁ ଆମକୁ ପୁଣି କାର୍ଯ୍ୟ କରିବାକୁ ପଡିବ । ଆଗାମୀ ଦିନରେ ଦଳକୁ ସଂଗଠିତ ଓ ସୁଦୃଢ କରିବା ପାଇଁ କଂଗ୍ରେସ କର୍ମୀ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ କରିଥିଲେ । ସେବାଦଳ ପକ୍ଷରୁ ମନୋଜ ଜେନା ଓ ଜ୍ୟୋତିଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ମହାମନିଷୀମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, କୈଳାସ ଆଚାର୍ଯ୍ୟ, ସମୀର କୁମାର ରାଉତରାୟ, ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁ୍ନ୍ଦର ଦାସ, ସନ୍ଧ୍ୟା ମହାପାତ୍ର, ହଳଧର ସେଠୀ, ସତ୍ୟ ପ୍ରକାଶ ନାୟକ, ମାନସ ଆଚାର୍ଯ୍ୟ, ମନୋଜ ମହାପାତ୍ର, ବିଣାପାଣି ସାମଲ, ଜାନକୀ ମଲ୍ଲିକ, ରାମକୃଷ୍ଣ ପରିଡା, କନକଲତା ମଲ୍ଲିକ, ମନୋରଞ୍ଜନ ରାଉତରାୟ, ଦିପକ ସାହୁ, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ମନୋଜ ନାୟକ, ଆଲୋକ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ବାଙ୍କନିଧି ବେହେରା, ସ୍ୱାଧିନବାଳା ଦାସ, ସଂଜୟ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ରାଜକିଶୋର ବାରିକ, ଦୀପକ ମହାପାତ୍ର, ସଂକୁନା କହଁର, ସଂଜୟ ମିଶ୍ର, ପର୍ଶୁରାମ ନାୟକ, ରବିନ୍ଦ୍ରନାଥ ବେହେରା, ଦେବେନ୍ଦ୍ର ମଲ୍ଲିକ, ସିଲି ସେଠୀ, କୁସୁମ ପ୍ରଧାନ, ଉଲ୍ଲାସ ମଲିକ, ସାଗର ପରିଡା, ପ୍ରକାଶ ମହାନ୍ତି, ଜମ୍ବେଶ୍ୱର ମଲ୍ଲିକ, କୁଳମଣି ସାହୁ, ଅଶୋକ ସିଂ, ଦିନେଶ ପରିଡା, ସୁରେନ୍ଦ୍ରନାଥ ପାଣି, ପ୍ରସନ୍ନ ପାଇକରାୟ, ନିରୁପମା ଜଗତ, ଘିସଲାଲ ଶର୍ମା, ଭୋଳାନାଥ ସାଗର, ସନ୍ଧ୍ୟାରାଣୀ ଦାସ, ବସନ୍ତ ପଣ୍ଡା ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Related Posts