ଧୂଳିଝଡ ନେଲା ୧୭ ଜୀବନ

ସତ୍ୟପାଠ ବ୍ୟୁରୋ : ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି କାଳବୈଶାଖୀ । ଧୂଳି ଝଡ ଓ ପ୍ରବଳ ବର୍ଷାରେ ୧୭ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଥିବା ଜଣାପଡିଛି । ବୁଧବାର ହୋଇଥିବା ଏହି କାଳବୈଶାଖୀରେ ବଜ୍ରାଘଶତ ଓ ଗଛପଡି ଏହି ମୃତ୍ୟୁ ହୋଇଛି ।

କାଳବେଅଶାଖୀ ପ୍ରଭାବରେ ଅନେକ ଘରର ଆଜବେଷ୍ଟସ୍ ଉଡିଯାଇଛି । ଗଛପଡି ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସୂଚନା ଯୋଗ୍ୟ ୬ଦିନ ପୂର୍ବରୁ ମଧ୍ୟ ପ୍ରବଳ ଧୂଳିଝଡ ଓ ବଜ୍ରପାତ ପ୍ରଭାବରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ଜଣ ଆହତ ହୋଇଥିବା ଜଣାପଡିଥିଲା ।

Related Posts