ଚାଷୀଙ୍କ ଋଣ ଶୁଝିଲେ ବିଗ୍-ବି

ସତ୍ୟପାଠ ବ୍ୟୁରୋ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଦେଖାଇଛନ୍ତି ବଦାନ୍ୟତା । ବିହାରର ପାଖାପାଖି ୨ହଜାରରୁ ଅଧିକ ଚାଷୀଙ୍କ ଋଣ ନିଜେ ପଇଠ କରି ସହୃଦୟତାର ପ୍ରମାଣ ଦେଇଛନ୍ତି ବିଗ୍-ବି । ଏନେଇ ସେ ନିଜେ ଏକ ବ୍ଲଗପୋଷ୍ଟରେ ଲେଖିଛନ୍ତି ।

ବିହାରର କିଛି ଚାଷୀ ନିଜ ଋଣ ପଇଠ କରି ପାରୁନଥିଲେ । ଏକଥା ଜାଣିବା ପରେ ଅମିତାଭ ସେମାନଙ୍କ ମଧ୍ୟରୁ ୨୧୦୦ ଚାଷୀଙ୍କ ବିବରଣୀ ସହ ବ୍ୟାଙ୍କରେ ଯୋଗାଯୋଗ କଲେ ଏବଂ ୱାନ ଟାଇମ୍ ସେଟେଲମେଂଟ ଆଧାରରେ ସେମାନଙ୍କ ସମସ୍ତଙ୍କ ଋଣ ଟଙ୍କା ପରିଶୋଧ କରିଛନ୍ତି ।

ସେହିପରି ପୁଲୱାମା ହମଲାରେ ସହୀଦ ଜବାନଙ୍କ ପରିବାରକୁ ସହଯାଗର ହାତ ବଢ଼ାଇବା ନେଇ ବ୍ଳଗରେ ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ଖୁବଶୀଘ୍ର ସେ ଏନେଇ ନିଜର ଆଉ ଏକ ପ୍ରତିଶ୍ରୁତି ପୁରଣ କରିବେ ବୋଲି ଲେଖିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶର ୧୩୯୮ ଓ ମହାରାଷ୍ଟ୍ରର ୩୫୦ ଚାଷୀଙ୍କ ଋଣ ପଇଠ କରି ବଦାନ୍ୟତା ଦେଖାଇଥିଲେ ଅମିତାଭ ବଚ୍ଚନ ।

Related Posts