୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ରାଜ୍ୟସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ୫୫ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି।

୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୧୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ ହେବ ମତଦାନ । ସକାଳ ୯ଟାରୁ ଅପରାହ୍ନ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । 
୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି । ତେଣୁ ରାଜ୍ୟସଭାରେ ଖାଲିହେବାକୁ ଥିବା ଆସନ ପାଇଁ ନିର୍ବାଚନ ତାରିଖ ନିର୍ବାଚନ କମିଶନର ଘୋଷଣା କରିଛନ୍ତି ।
Related Posts