CAAକୁ ନେଇ ଦିଲ୍ଲୀର ମୌଜପୁରରେ ହିଂସା : ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଜନତା, ହିଂସାକାଣ୍ଡରେ ଜଣେ ପୋଲିସ୍ କନେଷ୍ଟବଳ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର କରାୱଲ ନଗରରେ ରବିବାର ରାତି CAA (ନାଗରିକତା ସଂଶୋଧନ ଆଇନ) ଓ NRCକୁ ନେଇ ୨ଟି ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ଉତ୍ତେଜିତ ଲୋକେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । କୁହାଯାଉଛି କି ରବିବାର ରାତି ୮ରୁ ୮ଟା ୩୦ ମଧ୍ୟରେ ଏକ ଗୋଷ୍ଠୀର ଲୋକେ ସିଏଏ ଓ ଏନଆରସି ସମର୍ଥନରେ ଶୋଭାଯାତ୍ରା ବାହାର କରିଥିଲେ । ରାଲି ଯେତେବେଳେ ଶେରପୁର ଛକ ନିକଟରେ ପହଞ୍ଚିଥିଲା, ଏକ ହୋଟେଲ ନିକଟ ଦେଇ ଯିବା ବେଳେ ହୋଟେଲର କିଛି ଲୋକ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ଉଭୟ ଗୋଷ୍ଠୀ ତରଫରୁ ପଥରମାଡ଼ ହୋଇଥିଲା । ଫଳରେ କିଛି ଲୋକ ଆହତ ହୋଇଥିଲେ । ପୋଲିସ ହିଂସାରେ ସାମିଲ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ କରୁଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଲି ସମୟରେ ଦେଖାଯାଇଥିବା ଯୁକ୍ତିତର୍କ ହିଂସାରେ ପରିଣତ ହୋଇଥିଲା । ପୁଣି ଉତ୍ତେଜିତ ଲୋକେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୬ଟି ମୋଟର ସାଇକେଲ, ୩ଟି ଅଟୋ ଓ ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା ।

Related Posts