ଧରାପଡ଼ିଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଥିବା ମୁଖାପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର଼:  ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ କମିଶନରେଟ୍ ପୋଲିସ ୧୮ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ବଡଗଡ ଅଞ୍ଚଳର ବୋଲି ଜଣାପଡିଛି ।

ଗତକାଲି ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ ଏହି ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ମନ ଇଚ୍ଛା ପିଟିଥିଲେ । ମାର୍କେଟ ବିଲ୍ଡିଂର ଲୋକଗହଳି ମଧ୍ୟରେ କିଛି କୋକୁଆ ଭୟ ସୃଷ୍ଟି କରିଥିଲେ ଏହି ମୁଖାପିନ୍ଧା ଦୁର୍ବତ୍ତ ମାନେ । ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ । ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ଆସିଲା ତାକୁ ମଧ୍ୟ ପିଟି ଚାଲିଥିଲେ ।  ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତଙ୍କ ମାଡରେ ଆହତ ଦୋକାନୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ମାର୍କେଟ୍ ବିଲ୍ଡିଂର ଆତଙ୍କରାଜ ଖେଳାଇଥିବା ଏହି ଦୁର୍ବୃତ୍ତମାନେ କିଏ ?  କାହିଁକି ସନ୍ଧ୍ୟା ସମୟ ଦେଖି ଲୋକଙ୍କ ଗହଳି ଭିତରେ ପଶି ଏଭଳି କାଣ୍ଡ ଭିଆଇଲେ ? ତେବେ ଗୁରୁବାର ଦିନ ଜଣେ ମହିଳା ଘଣ୍ଟା କିଣିବାକୁ ଆସିଥିବାବେଳେ ଟଙ୍କାକୁ ନେଇ ଦେକାନୀଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ମାମଲା ଥାନାକୁ ଯାଇ ସମାଧାନ ମଧ୍ୟ ହୋଇଥିଲା । ତେବେ ଏହି ଘଟଣା ସେଦିନର ଘଟଣା କାଲି ଘଟଣାର ପ୍ରତିଶୋଧ ନା ଆଉ କିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

Related Posts