ଜନ୍ମ ହେଉ ହେଉ ଶିଶୁ ମୁଣ୍ଡରେ 18 ହଜାର ଋଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଛୁଆ ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାର ଋଣ । ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮,୪୯୭ ଟଙ୍କାରେ ପହଞ୍ଚିଛି । ଏନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ନିରଞ୍ଜନ । ଓଡ଼ିଶାରେ ୧୮ ହଜାର ଟଙ୍କାର ଋଣବୋଝ ସହ ଜନ୍ମ ନେଉଛନ୍ତି ନବଜାତ ଶିଶୁ ।

ଏହା ସହ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧,୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

Related Posts