
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜଧାନୀରେ 2 ଜଣ ଯବାନ ଦୁଇ ଜଣ ଯୁବତୀଙ୍କୁ ଟାଣି ବେଶ୍ ଚର୍ଚ୍ଚାରେ । ଜଣେ ଅଧ୍ୟାପିକାଙ୍କୁ ମୃତ୍ୟୁ ମୁଖରୁ ଟାଣିଆଣି ନୂଆ ଜୀବନ ଦେଇଥିବା ବେଳେ ଅନ୍ୟ ଜଣେ ସର୍ବ ସମ୍ମୁଖରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ତାଙ୍କ ହାତ ଧରି ଟଣାଟଣି କରି ନିର୍ଦ୍ଧୁମ ମାଡ଼ ଖାଇଛନ୍ତି । ଏଭଳି ଦୁଇଟି ଯାକ ଘଟଣା ପରେ ଜଣେ ବର୍ଦ୍ଦିକୁ ଗର୍ବିତ କରିଥିବା ବେଳେ ଅନ୍ୟଜଣଙ୍କ ପାଇଁ ବର୍ଦ୍ଦିରେ ଦାଗ ଲାଗିଛି ।
। ବର୍ଦ୍ଦିରେ ଦାଗ
ଦେଶ ସେବା ପାଇଁ ଯବାନଙ୍କ ଉପରେ ଲୋକମାନେ, ଖାସ୍ କରି ମହିଳାମାନଙ୍କ ବିଶ୍ବାସ ଏବଂ ସମ୍ମାନ ଅଧିକ ଥାଏ । ହେଲେ ଜଣେ ଯବାନ ସର୍ବସମ୍ମୁଖରେ ଯୁବତୀଙ୍କୁ ଟଣାଟଣି କରି ମହିଳାଙ୍କ ଭରସା ଓ ବିଶ୍ବାସକୁ ଭାଙ୍ଗିଛନ୍ତି । ବ୍ୟସ୍ତବହୁଳ ଅଞ୍ଚଳ କୁହାଯାଉଥିବା କଳ୍ପନା ଛକରେ ଜଣେ ଯୁବତୀଙ୍କୁ ପିଛା କରି ଅଶ୍ଳୀଳ ଇଙ୍ଗିତ କରିବା ସହ ହାତ ଧରି ଟଣାଟଣି କରି ଏସଏସବିର କନେଷ୍ଟବଲ ପ୍ରମୋଦ ବେହେରା ଖାଇଛନ୍ତି ନିର୍ଦ୍ଧୁମ ମାଡ଼ ।
। ନିଲମ୍ବିତ ହେଲେ SSB ଯବାନ
ସୀମା ସୁରକ୍ଷା ବଳ (SSB)ର ଜଣେ ଯୱାନ୍ ରାଜଧାନୀ ଭୁବନେଶ୍ୱରର ଏକ ରାସ୍ତାରେ ଦୁଇ ଜଣ ଯୁବତୀଙ୍କୁ କମେଣ୍ଟ୍ ମାରିବା ପରେ ସେହି ଯୁବତୀ ଦ୍ୱୟ ଓ ସ୍ଥାନୀୟ ଲୋକଙ୍କଠାରୁ ଭୀଷଣ ମାଡ଼ ଖାଇଛନ୍ତି । ଘଟଣାର ଭିଡିଓ କ୍ଲିପ୍ ସୋସଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଯୱାନଙ୍କୁ ଏସ୍.ଏସ୍.ବି. କର୍ତ୍ତୃପକ୍ଷ ଚ଼ାକିରିରୁ ନିଲମ୍ବିତ କରାଯାଇଛି ।
ରବିବାର ଅପରାହ୍ଣ ପାଖାପାଖି ୨ଟା ବେଳେ ଦୁଇ ଜଣ ଯୁବତୀ ରାଜମହଲ ଛକରୁ କଳ୍ପନା ଛକ ଆଡ଼େ ଯାଉଥିଲେ । ଅଭିଯୋଗ ଅନୁସାରେ କଳ୍ପନା ଭେଣ୍ଡିଂ ଜୋନ୍ ନିକଟରେ ଏସଏସବି ଯୱାନ ପ୍ରମୋଦ ବେହେରା ଯୁବତୀ ଦୁଇ ଜଣଙ୍କୁ ଅଟକାଇ କମେଣ୍ଟ କରିଥିଲେ । ବାସ୍ ଏତିକିରେ ଆରମ୍ଭ ହୋଇଯାଇଥିଲା ଯୁବତୀଙ୍କ ମାଡ଼ । ଚ଼ଟକଣି, ଗୋଇଠା ଓ ଲାତ ।
ଏହି ସମଗ୍ର ଘଟଣା ଘଟୁଥିବା ବେଳେ ସେଠାରେ ଜମିଥିବା ଭିଡ଼ ମୋବାଇଲ୍ ଫୋନରେ ତା’ର ଭିଡିଓ ସୁଟିଂ କରୁଥିଲେ । ସେହି ଭିଡିଓ ଆଗାମୀ କିଛି ମିନିଟ୍ ମଧ୍ୟରେ ସୋସଲ୍ ମିଡିଆରେ ଭାଇରାଲ ହୋଇଥିଲା । ପ୍ରମୋଦ ବେହେରାଙ୍କୁ ଧରି ପାଖାପାଖି ଦଶ ମିନିଟ୍ ନିର୍ଧୁମ ଛେଚ଼ିବା ପରେ କ୍ୟାପିଟାଲ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ ।
ସମ୍ପୃକ୍ତ ଯବାନ ଜଣକଙ୍କ ଘର ଗଞ୍ଜାମର ଗୋଳନ୍ଥରାରେ ବୋଲି ଜଣାପଡ଼ିଛି । ଭୁବନେଶ୍ବରରରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏସ୍.ଏସ୍.ବି.ରେ ଜଣେ ଯବାନ ଭାବେ ଚାକିରି କରନ୍ତି । ଦିନ ଦ୍ବିପ୍ରହରେ ସେ କରିଥିବା ନିନ୍ଦନୀୟ ଆଚ଼ରଣ ଓ ତା’ର ଭିଡିଓ କ୍ଲିପରେ ଘୁରିବୁଲୁଥିବା ଫଳକୁ ଦେଖିବା ପରେ ସଶସ୍ତ୍ର ସୀମାବଳର କମାଣ୍ଡାଣ୍ଟ ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି ।