ଗୁଜୁରାଟବାସୀଙ୍କୁ AAP ମୁଖ୍ୟ କେଜ୍ରିଓ୍ବାଲଙ୍କ ବଡ ପ୍ରତିଶୃତି: କ୍ଷମତାକୁ ଆସିଲେ ମାଗଣା ବିଜୁଳି ସହ ବେକାରୀ ଭତ୍ତା

ଗାନ୍ଧୀନଗର : ଆମ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ମାଗଣା ଯୋଜନା ପାଇଁ ବିରୋଧୀଙ୍କ ଦ୍ବାରା ସମାଲୋଚିତ ହେଉଥିବା AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ଗୁଜୁରାଟ ନିର୍ବାଚନରେ ମଧ୍ୟ ସାମାନ ଫଣ୍ଡା ଆପଣାଇବା ଆରମ୍ଭ କରିଛନ୍ତି ।

ଗୁଜୁରାଟରେ AAP କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । କେବଳ ସେତିକି ନୁହେଁ ବଂର ବେକାରୀ ଯୁବକଙ୍କୁ ମଧ୍ୟ ଭତ୍ତା ଦେବା ନେଇ ଆପ ପ୍ରତିଷ୍ଠାତା ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିଓ୍ବାଲ ଆଜି ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ଶେଷଭାଗରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଠାରୁ ନିର୍ବାଚନୀ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଲାଣି ।ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିଓ୍ବାଲ କହିଛନ୍ତି,‘‘ ଯଦି AAP କ୍ଷମତାକୁ ଆସେ, ତେବେ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଏହି ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆମେ ରାଜ୍ୟରେ ବିଜୁଳି ଦେୟମୁକ୍ତ କରିବୁ, ଏହା ସହ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ପାଇଁ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିବୁ । ଯୁବ ବେକାରୀଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା କରିବୁ । ଦିଲ୍ଲୀ ମଡେଲ ପରି ସରକାରୀ ବିଦ୍ୟାଳୟ ଓ ହସ୍ପିଟାଲ ଗୁଜୁରାଟର ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିଷ୍ଠା କରିବୁ ।’’

କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, “ପଞ୍ଜାବରେ ତାଙ୍କ ଦଳର ସରକାର ଗଠନ ପରେ ରାଜ୍ୟରେ ପ୍ରାୟ 25 ଲକ୍ଷ ପରିବାର ମୁକ୍ତ ବିଜୁଳି ସୁବିଧା ଦ୍ବାରା ଉପକୃତ ହେଉଛନ୍ତି । ସେହିପରି ଦିଲ୍ଲୀର ବସବାସ କରୁଥିବା ଆର୍ଥିକ ପଛୁଆ ଶ୍ରେଣୀର ପରିବାର ମଧ୍ୟ ଏହି ନିଷ୍ପତ୍ତିରେ ଲାଭବାନ ହେଉଛନ୍ତି । AAP ତାର ପ୍ରଥମ କ୍ଷମତା ଦିଲ୍ଲୀରୁ ଆରମ୍ଭ କରିଥିବା ବେଳେ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଶାସନରେ ଥିବା କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ରାଜ୍ୟରେ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପରେ ଆପ ତୃତୀୟ ଦଳ ଭାବେ ଦେଶରେ ଗୋଟିଏ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଚଳାଉଛି।

Related Posts